ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱର: ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇର ବହୁ ପ୍ରତୀକ୍ଷିତ ୪ ଚକିଆ ଯାନ ଆଲକାଜାର । ଯାହାର ଶୁଭ ଉନ୍ମୋଚନ କରିଛନ୍ତି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ୟ୍ୟ। କୋଭିଡ ଗାଇଡ଼ଲାଇନ ଅନୁସାରେ ହ୍ୟୁଣ୍ଡାଇ ଆଲକାଜାର ଆଜି ଲଞ୍ଚ ହୋଇଛି ।Suv ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନରେ ଉପଲବ୍ଧ । ଏହା ଉଭୟ ୬ ଓ ୭ ସିଟ ବିଶିଷ୍ଟ ହୋଇଥିବା ବେଳେ ଏହି ଗାଡି ତିନି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟରେ ମିଳିବ । ଗ୍ରାହକମାନେ ଭୁବନେଶ୍ୱରର ତମାଣ୍ଡୋ,ୟୁନିଟ ୪, ଲୁଇସ ରୋଡ଼ ଓ ଉତ୍ତର ଛକରେ ଥିବା କମ୍ପାନୀର ଶୋରୁମରୁ ଆଲକାଜାର କିଣିପାରିବେ ।