ପୁରୀରେ ହୋଟେଲରେ ରହିଲେ ଦେବାକୁ ପଡିବ RTPCR ନେଗେଟିଭ୍ ରିପୋର୍ଟ

ପୁରୀରେ ହୋଟେଲରେ ରହିଲେ ଦେବାକୁ ପଡିବ RTPCR ନେଗେଟିଭ୍ ରିପୋର୍ଟ

ପୁରୀ ୬।୪: ପୁରୀରେ କରୋନା କଟକଣା କଡାକଡି କରାଯାଇଛି । ଏଣିକି ହୋଟେଲରେ ରହିବାକୁ ହେଲେ ଦେବାକୁ ପଡିବ RTPCR ନେଗେଟିଭ୍ ରିପୋର୍ଟ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ହୋଟେଲ ରହଣୀ ପାଇଁ କରୋନା RTPCR ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟମୂଳକ । ବିନା ରିପୋର୍ଟରେ ହୋଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀମାନେ ହସ୍ପିଟାଲ ଓ ରେଳ ଷ୍ଟେସନରେ ବୁଲି ସମୀକ୍ଷା କରିଛନ୍ତି ।