ଆଇ ଆଇ ଏଫ ଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ଲୁଟ ଘଟଣା ଉପରୁ ପରଦା ଉଠାଇଛି ପୋଲିସ

ଆଇ ଆଇ ଏଫ ଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ଲୁଟ ଘଟଣା ଉପରୁ ପରଦା ଉଠାଇଛି ପୋଲିସ

କଟକ: ସେହି ସଂସ୍ଥାର ହିଁ କର୍ମଚାରୀ ଘଟାଇଛନ୍ତି ଲୁଟର କାଣ୍ଡ । ଲୁଟ ଘଣ୍ଟାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଆଇ ଆଇ ଏଫ ଏଲ ର କର୍ମଚାରୀ ଲାଲା ଅମ୍ରିତ ରାୟ । ତାଙ୍କ ସାଙ୍ଗ , ଭାଇ ଓ ନିଜ ଗ୍ରାମର କିଛି ଲୋକଙ୍କୁ ନେଇ ସଂମ୍ପୃଣ୍ଣ ଲୁଟପାଟ ଘଟାଇଛନ୍ତି । ଏହି ମାନଙ୍କ ଠାରୁ ଏବେ ୨ କେଜିରୁ ଉର୍ଦ୍ଧ ସୁନା ଜବତ ହୋଇଥିବା ବେଳେ ଲୁଟ ସୁନା ସିଡିଏ ୯ ନଂ ଅଞ୍ଚଳରେ ଫୋଫାଡି ଦେଇଥିବା ସୂଚନା ମିଲିଛି । ଲୁଟେରା ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ । ଲୁଟରେ ବ୍ୟବହାର ଗୋଟିଏ ଅସଲି ବନ୍ଧୁକ ଓ ଅନ୍ୟାନ ନକଲି ବନ୍ଧୁକକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ ।

କଟକ କମିଶନରେଟ ପୋଲିସ ହାତରେ ଆଇ ଆଇ ଏଫ ଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ଲୁଟ ଘଟାଇଥିବା ଲୁଟେରା । ସିସିଟିଭିରେ କଏଦ ହୋଇଥିବା ୪ ଜଣ ଲୁଟେରା ସିଧାସଲଖ ସଂମ୍ପୃକ୍ତ ରହିଥିବା ବେଳେ ଏହି ମାନଙ୍କୁ ପରିଚାଳିତ କରୁଥିଲା ଆଉ ଜଣେ । ଲୁଟେରାକୁ ଅପରେଟ କରୁଥିବା ବ୍ୟକ୍ତି ହେଲେ ସେହି ଆଇ ଆଇ ଏଫ ଏଲ ବ୍ରାଞ୍ଚର କମଚାରୀ । କର୍ମଚାରୀ ଜଣଙ୍କ ହେଲେ ଲାଲା ଅମ୍ରିତ ରାୟ ।ଲୁଟର ୬ ଦିନ ପରେ ଆଜି ନୟାସଡକ ଲୁଟ ଘଟଣା ଉପରୁ ପରଦା ଉଠାଇ ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । ଏବେ ଆସନ୍ତୁ ନଜର ପାକଇବା କାହିଁକି ଲାଲା ଅମ୍ରିତ ରାୟ ଏହି ଲୁଟ ଘଟଣା ଘଟାଇଥିଲେ… ।

ଲାଲା ଅମ୍ରିତ ରାୟ ଓ ଲାଲା ରଞ୍ଜନ ରାୟ ଦୁଇ ଭାଇ ଉଭୟ ଏକ ମାଣାପୁପରମ ଗୋଲ୍ଡ ଲୋନ ସଂସ୍ଥାରେ କର୍ମଚାରୀ ରହିଥିଲେ । ସେହିଠାରେ ବି ଦୁଇ ଭାଇ ବନ୍ଦକ ରହୁଥିବା ସୁନା ଗହଣା ଏପଟ ସେପଟ କରୁଥିଲେ । ହେରଫେର ଘଟଣା ଜାଣିବା ପରେ ଦୁଇ ଲାଲା ଭାଇ ଥାନା ମାମଲାରେ ଛନ୍ଦି ହେବାକୁ ପଡିଥିଲା । ଏହାପରେ ଲାଲ ଅମ୍ରିତ ନିଜର କ୍ରିମିନାଲ ରେକର୍ଡକୁ ଲୁଚାଇ ନୟାସଡକ ଆଇ ଆଇ ଏଫ ଏଲ ସଂସ୍ଥାରେ ନିଯୁକ୍ତି ପାଇଯାଇଥିଲା । ଏଠାରେ ବି ନିଜର ପୁରୁଣା ରୋଗ ଛାଡିନଥିଲା । ଅନେକ ସୁନା ଏଠାରେ ବି ହେରଫେର ଆରମ୍ଭ କରିଥିଲା । ବିଭିନ୍ନ ଅଡିଟ ସମୟରେ ଖସିଯିବାରେ ସକ୍ଷମ ହେଉଥିଲା ଅମ୍ରିତ । ମାତ୍ର ନିକଟରେ ନୂଆ ଅଡିଟର ଆସିବା ପରେ ଅମ୍ରିତର ହେରଫେର ଘଟଣାର ଲୋକଲୋଚନକୁ ଆସିଥିଲା । ଏହାପରେ ଅମ୍ରିତ ନିଜର କାଳାକାରନାମାକୁ ଲୁଚାଇବାକୁ ଯାଇ ନିଜ ସଂସ୍ଥାରେ ବନ୍ଧା ପଡିଥିବା ସୁନା ଗହଣାକୁ ଲୁଟ କରିବା ପାଇଁ ଯୋଜନା କରିଥିଲେ । ନୟାସଡକ ଆଇ ଆଇ ଏଫ ଏଲ ବ୍ରାଞ୍ଚରେ ପୂର୍ବରୁ ହିଁ ସିସିଟିଭି କାମ କରୁନଥିବା ବେଳେ ଆଲରାମ ବ୍ୟବସ୍ଥା ବି ନଥିଲା । ଯାହାଫଳରେ ମୁମ୍ପାଇରେ ଥିବା ମୁଖ୍ୟ ବ୍ରାଞ୍ଚର କୌଣସି ଯୋଗାଯୋଗନଥିଲା । ଜାନୁଆରୀ ମାସରୁ ଡିଜି ଲକର ମେସିନ ବି ଖରାପ ରହିଥିଲା । ଆଉ ଏହାରି ଭିତରେ ସୁରକ୍ଷା କର୍ମୀ ବି ଛୁଟିରେ ରହିଥିବା କଥା ଜାଣିବା ପରେ ଏ ଭଳି ସୁଯୋଗକୁ ହାତ ଛଡ଼ା କରିନଥିଲା ଅମ୍ରିତ । ଏଥିପାଇଁ ଅମ୍ରିତ ନିଜ ସାଙ୍ଗ ବାପୁ ଓରଫ ରଞ୍ଜନ ବେହେରାକୁ ଲୁଟ ସଂମ୍ପର୍କରେ କହିଥିଲା । କିଶନନଗର ଥାନା ଅଞ୍ଚଳରେ ଏକ ମନ୍ଦିରରେ ବସି ଲୁଟର ପ୍ଲାନିଂ ହେଲା । ଏହି ଲୁଟ ପାଇଁ ରାଜ କିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ , ପଦିଆ ଓରଫ ପ୍ରଦୀପ୍ତ ବେହେରା ଓ ବାପି ଓରଫ ସନ୍ତୋଷ ଭୋଇକୁ ଚୟନ କରାଯାଇଥିଲା । ଲୁଟ ଦିନ ପୂର୍ବରୁ ଏହି ସମସ୍ତଙ୍କୁ ୪ ଜଣଙ୍କୁ ଲୁଟର ସ୍ଥାନ ଓ କିପରି ବ୍ୟାଙ୍କକୁ ପ୍ରବେଶ କରି ବାହାରିବେ ସବୁ କିଛି ବୁଝାଇଥିଲା ଅମ୍ରିତ । ସେହି ଯୋଜନା ମୁତାବକ ୧୯ ତାରିଖ ଦିନ ୧୦ଟାରେ ଲୁଟ ପାଟ କରି ଫେରାର ହୋଇଯାଇଥିଲେ ।

ଦିନ ଦି ପହରରେ ବନ୍ଧୁକ ଧରି କୋଟି କୋଟି ଟଙ୍କାର ସୁନା ଲୁଟ କରିବା କମିଶନରେଟ ପୋଲିସ ପାଇଁ ବି ଚ୍ୟାଳେଞ୍ଜ ରହିଥିଲା । ଏଥିପାଇଁ ପୋଲିସ କମିଶନର ସଂଙ୍ଗେ ସଂଙ୍ଗେ ଭୂବନେଶ୍ୱର ଓ କଟକର ବଛାବଛା ଅଫିସରକୁ ନେଇ ଟିମ ଗଠନ କରିଥିଲେ ଆଶ୍ଚର୍ଯ୍ୟ କରିଥିଲା । ସେହି ଭିତରେ ତଦନ୍ତ କରି ଲାଲା ଅମ୍ରିତ ରାୟର ଲିଙ୍କ ପାଇଥିଲା ପୋଲିସ । ତଦନ୍ତ କରିବା ସମୟରେ ଅଟକ ରହିଥିବା ଲୁଟେରାଙ୍କୁ ନିକଟରୁ ୨ କିଲୋ ରୁ ଉର୍ଦ୍ଧ ସୁନା ଚିହ୍ନଟ ହୋଇଥିବା ବେଳେ ଆଉ କିଛି ସୁନା ସିଡିଏ ୯ ସ୍ଥିତ ଏକ କେନାଲରେ ଫୋପାଡି ଦେଇଥିବା ଜଣାପଡିଛି । ଏଥିପାଇଁ ପୋଲିସ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଅଧିକ ପଚରା ଉଚରା କରୁଛି । ଆଉ କିଛି ସୁନା ଅନ୍ୟାନ ଗୋଲ୍ଡ ଲୋନ ସଂସ୍ଥାରେ ରଖିଥିବା ସାମ୍ମନାକୁ ଆସିଥିବାରୁ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ପୋଲିସ କମିଶନର ।

କଟକ ଓ ଭୂବନେଶ୍ୱରର ପୋଲିସ ଅଫିସର ସମେତ ହାଇଦ୍ରାବଦର ଜଣେ ଅଫିସ ମଧ୍ୟ ତଦନ୍ତରେ ସାମୀଲ ହୋଇଥିଲେ । ଆସନ୍ତା ୨ ଦିନ ଭିତରେ ଆହୁରି ଅନେକ କିଛି ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି ।