କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ମିଳିବ ମାସିବ ୧୫ ଶହ ଟଙ୍କା

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ମିଳିବ ମାସିବ ୧୫ ଶହ ଟଙ୍କା

ପାଟଣା: ଯେଉଁ ପିଲାମାନେ କରୋନା ସଂକ୍ରମଣରେ ଉଭୟ ପିତାମାତା କିମ୍ବା ଜଣେ ପିତା ତଥା ମାତାଙ୍କୁ ହରାଇଥିବେ ସେମାନଙ୍କୁ ଏହି ସହାୟତା ମିଳିବ। ରାଜ୍ୟ ସରକାର ସେମାନଙ୍କୁ ବାଲ ସହାୟତା ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ  ୧୫୦୦ ଟଙ୍କା ପ୍ରଦାନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟୁଇଟ୍ କରି କହିଛନ୍ତି ଯେ ଅନାଥ ଝିଅ ମାନେ ଅଗ୍ରାଧିକାର ଭିତ୍ତିରେ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଆଡମିଶନ ପାଇବେ । ସୂଚନା ଅନୁଯାୟୀ, “ଏହାପୂର୍ବରୁ ଏହି ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଶନିବାର ଦିନ PM-CARES ପାଣ୍ଠିରୁ କେନ୍ଦ୍ର ପକ୍ଷରୁ ଯୋଜନା ଘୋଷଣା କରାଯାଇଥିଲା ।ବିହାର ସାମାଜିକ କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ୪୮ ଜଣ ପିଲା ଉଭୟ ପିତାମାତାଙ୍କୁ ହରାଇଥିବାବେଳେ ୧,୪୮୬ ପିଲା ଜଣେ ଲେଖାଏଁ ପିତାମାତାଙ୍କୁ ହରାଇଛନ୍ତି। ଏହିପରି ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପ୍ରସ୍ତାବ ଦେଇଛି।