କରୋନାରେ ପୂର୍ବତନ ମନ୍ତ୍ରୀ ଏ.କେ. ୱାଲିଆଙ୍କ ଦେହାନ୍ତ

କରୋନାରେ ପୂର୍ବତନ ମନ୍ତ୍ରୀ ଏ.କେ. ୱାଲିଆଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଏ.କେ ୱାଲିଆ ବା ଅଶୋକ କୁମାର ୱାଲିଆଙ୍କର ଦେହାନ୍ତ ହୋଇଯାଇଛି। ସେ କରୋନା ଭୂତାଣୁରେ ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଶିଲା ଦିକ୍ଷିତଙ୍କ ସରକାର ସମୟରେ ଅଶୋକ ୧୫ ବର୍ଷ ଧରି ମନ୍ତ୍ରୀ ରହିଥିଲେ।