କରୋନା ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି, ସମସ୍ତେ ସଂକ୍ରମିତ ହେବେ

କରୋନା ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି, ସମସ୍ତେ ସଂକ୍ରମିତ ହେବେ

ଭୁବନେଶ୍ୱର: କରୋନାର ତୃତୀୟ ଲହର ଦ୍ୱିତୀୟ ଲହର ପରି ମାରାତ୍ମକ ହେବ । ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି, ସମସ୍ତ ବର୍ଗର ଲୋକେ ସଂକ୍ରମିତ ହେବେ ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ)ରର ନିର୍ଦ୍ଦେଶକ କହିଛନ୍ତି । ସେ କହିଛନ୍ତି ଯେ, ତୃତୀୟ ଲହରର ମୁକାବିଲା ନେଇ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ନିୟମିତ କୋଭିଡ୍ କଟକଣାକୁ ମାନି ଚଳିଲେ ତୃତୀୟ ଲହର କାହାର କିଛି କ୍ଷତି କରିପାରିବ ନାହିଁ । ରାଜ୍ୟରେ ଦ୍ୱିତୀୟ ଲହର ଗତ ମେ ମାସ ୧୫ ତାରିଖରୁ ୨୫ ମଧ୍ୟରେ ପିକରେ ରହିଥିଲା । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିପାରେ । ସଂକ୍ରମିତ ବ୍ୟକ୍ତିମାନେ ରୋଗ ଆରମ୍ଭରୁ ଡାକ୍ତରଙ୍କ ସହ ପରାମର୍ଶ କରୁନାହାନ୍ତି । ରୋଗୀମାନେ ପ୍ରଥମରୁ ରୋଗକୁ ଲୁଚାଉଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ସେ କହିଛନ୍ତି ।