ବନ୍ଧା ହେଲେ ISISର ଭାରତ ଚିଫ

ସାମ ପୋଲିସକୁ ବଡ ସଫଳତା। ବନ୍ଧା ହେଲେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫ୍‌ ହାରିଶ ଫାରୁକି। ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ବାନ୍ଧିଛି STF। ଏ ସମ୍ପର୍କରେ ଆସାମ ପୋଲିସ କହିଛି ଯେ, ISISର ଦୁଇ ସଦସ୍ୟ ବାଂଲାଦେଶ ସୀମା ଦେଇ ଭାରତକୁ ପ୍ରବେଶ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ISISର ଏହି ଦୁଇ ସଦସ୍ୟ ଭାରତକୁ ପ୍ରବେଶ କରି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଷଡଯନ୍ତ୍ର କରୁଥିବା STF କୁ ସୂଚନା ମିଳିଥିଲା। ଏହାପରେ ଉଭୟଙ୍କୁ ଧରିବା ନିମନ୍ତେ STFର ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ ମଙ୍ଗଳବାର ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଆରମ୍ଭ କରିଥିଲା। ହାରିଶ ଫାରୁକି ଓ ରେହାନ ସୀମା ଡେଇଁ ଭାରତରେ ପ୍ରବେଶ କରି ଧୁବରୀର ଧର୍ମଶାଳା ଅଞ୍ଚଳରେ ଥିଲେ। ଏନେଇ ସୂଚନା ପାଇବା ପରେ STF ଟିମ୍‌ ଉଭୟଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି।