ଭାରତରେ ଭୁଷୁଡ଼ିଲା ସେୟାର ବଜାର

ମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ପଦଧ୍ୱନୀର ସିଧା ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡ଼ିଛି । ସପ୍ତାହର ପ୍ରଥମ ଦିନ ଭାରତୀୟ ସେୟାର ବଜାର ପାଇଁ ବ୍ଲାକ୍ ମଣ୍ଡେ ସାବ୍ୟସ୍ତ ହୋଇଛି । ବଜାର ଖୋଲିବା ସହିତ ସେୟାର ବଜାର ତାସ ପତା ଭଳି ଭୁଷୁଡ଼ି ପଡିତଲିା। ସେନସେକ୍ସ ଓ ନିଫ୍ଟି ସୂଚକାଙ୍କରେ ବ୍ୟାପକ ହ୍ରାସ ସହିତ ବଜାର ଖୋଲିଥିଲା । ସେନସେକ୍ସରେ ୧୫ଶହ ପଏଣ୍ଟ ଓ ନିଫ୍ଟିରେ ୫ଶହ ପଏଣ୍ଟ୍ ହ୍ରାସ ଆସିଥିଲା । ବଜାର ଖୋଲିବାର ମାତ୍ର କେଇ ମିନିଟ ମଧ୍ୟରେ କେବଳ ବମ୍ବେ ଷ୍ଟକ୍ ଏକ୍ସଚେଂଜରେ ସୂଚୀବଧ କମ୍ପାନୀଙ୍କ ମାର୍କେଟ୍ କ୍ୟାପରେ ୯ଲକ୍ଷ ୫୨ ହଜାର କୋଟି ଟଙ୍କା ହ୍ରାସ ହୋଇଥିଲା । ଅର୍ଥାତ ଏହି ସମୟରେ ବଜାରରେ ନିବେଶକାରୀ ୯ ଲକ୍ଷ କୋଟିରୁ ଅଧିକ ହରାଇଛନ୍ତି ।