ପାରାଲିମ୍ପିକ୍ସରେ ଭାରତର କମାଲ

ପାରାଲିମ୍ପିକ୍ସରେ ଭାରତୀୟଙ୍କ କମାଲ । ୨ ସେପ୍ଟେମ୍ବର ୨୦୨୪ ଭାରତ ପାଇଁ ଏକ ଐତିହାସିକ ଦିନ । ପ୍ୟାରିସ ପାରାଲିମ୍ପିକ୍ସରେ ଗୋଟିଏ ଦିନରେ ଦେଶ ୮ଟି ପଦକ ହାସଲ କରିଛି । ଗୋଟିଏ ଦିନରେ ମିଳିଲା ୨ଟି ସ୍ବର୍ଣ୍ଣ ସହ ୮ଟି ମେଡାଲ୍। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଭାରତ ଏପର୍ଯ୍ୟନ୍ତ ୧୫ଟି ପଦକ ସହିତ ୧୫ତମ ସ୍ଥାନରେ ରହିଛି । ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ। ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନିତେଶ କୁମାର ଗୋଲ୍ଡ ଜିତିଛନ୍ତି। ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ କରି ହାତେଇଛନ୍ତି ସ୍ବର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିଛନ୍ତି ନିତେଶ କୁମାର।