ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ

ଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ । ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ମେନ ଇନ୍ ବ୍ଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟିମ ଇଣ୍ଡିଆ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଚାମ୍ପିୟନ ହେବାର ମୁଖ୍ୟ ଦାବିଦାର ହେବ ବୋଲି କୁହାଯାଉଛି । ତେବେ ଦଳର ପ୍ରଦର୍ଶନ କିଭଳି ତାହା ଉପରେ ରହିଛି ସମସ୍ତଙ୍କ ନଜର ।