ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ସୂଚନା

ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ସୂଚନା । ନାମାଙ୍କନ ଦାଖଲ କରିବାର ଆଜି ଶେଷ ଦିନରେ ଥିଲା । ତ୍ରିତୋଲରେ 8 ଜଣ ନାମାଙ୍କନ ଦାଖଲ କରିଛନ୍ତି । ଜଣେ ବିଜେପି, ଜଣେ କଂଗ୍ରେସ, ଜଣେ ବିଜେଡି ଆଉ 5 ଜଣ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ବାଲେଶ୍ଵରରେ ଟୋଟାଲ 9 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡ଼ି, କଂଗ୍ରେସ, ବିଜେପି, ସିପିଆଇରୁ ଜଣେ ଲେଖାଏଁ ଏବଂ 5 ଜଣ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । 19 ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ସମୟ ଅଛି । ସେହି ଦିନ ସନ୍ଧ୍ୟା ସୁଦ୍ଧା ପୋଷ୍ଟାଲ ବାଲଟ ପାଇଁ କ୍ୟାଣ୍ଡିଡେଟ ଫାଇନାଲ୍ ହୋଇଯିବ । କୋରନା ମହାମାରୀ ଲାଗି 3 ଟି କ୍ୟାଟେଗୋରୀ ଲୋକଙ୍କ ପାଇଁ ପୋଷ୍ଟାଲ ବାଲଟର ବ୍ୟବସ୍ଥା କରାଯାଇଛି । 80 ବର୍ଷରୁ ଉର୍ଦ୍ଧ୍ବ, ଭିନ୍ନକ୍ଷମ ଓ କୋରନା ସଂକ୍ରମିତ ବା କୋଭିଡ଼ ଦାଇତ୍ୱରେ ଥିବା ଲୋକଙ୍କ ଲାଗି ଏହି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।ବ୍ଲକ ଲେବଲ ଅଫିସର ମାନେ ସମସ୍ତଙ୍କ ଘରକୁ ଯାଇ ସେମାନଙ୍କ ଅପ୍ସନ ନେଇଥିଲେ । 10 ରୁ 14 ତାରିଖ ମଧ୍ୟରେ ଏହି ଅପ୍ସନ ନିଆଯାଇଥିଲା ।

ତ୍ରିତୋଲ ନିର୍ବାଚନ ମଣ୍ଡଳୀରେ ଏହି କ୍ୟାଟେଗୋରୀର 15 ହଜାର 253 ଜଣ ଲୋକ ଥିଲେ । 3 ହଜାର 681 ଜଣ ପୋଷ୍ଟାଲ ବାଲଟ ପାଇଁ ଅପଟ କରିଛନ୍ତି । 9 ହଜାର 677 ଜଣ ମନା କରିଛନ୍ତି । 1496 ଜଣ ଲୋକ ଆଭେଲେବୁଲ ନଥିଲେ କିମ୍ବା ସେମାନଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ଵରରେ 8 ହଜାର 275 ଜଣ ଲୋକ 3 କ୍ୟାଟେଗୋରୀର ଚିହ୍ନଟ ହେଲେ । ସେଥି ମଧ୍ୟରୁ 1727 ଜଣ ପୋଷ୍ଟାଲ ବାଲଟ ପାଇଁ ଅପଟ କରିଛନ୍ତି । 3 ହଜାର 503 ଜଣ ପୋଲିଂ ବୁଥରେ ଭୋଟ ଦେବା କହିଛନ୍ତି । 902 ଜଣ ଅଭେଲେବଲ ନଥିଲେ କିମ୍ବା ସେମାନଙ୍କର ମୃତ୍ୟୁ ହୋଇଛି । 2 ନିର୍ବାଚନ ମଣ୍ଡଳୀକୁ ମିଶାଇ ଦେଲେ 23 ହଜାର 588 ଜଣଙ୍କ ମଧ୍ୟରୁ 5 ହଜାର 408 ଭୋଟର ପୋଷ୍ଟାଲ ବାଲଟ ପାଇଁ ଅପଟ କରିଛନ୍ତି । 13 ହଜାର 180 ଜଣ ବୁଥରେ ଭୋଟ ଦେବେ ବୋଲି କହିଛନ୍ତି । ସେହିପରି 2398 ଜଣ ଅଭେଲେବଲ ନଥିଲେ କିମ୍ବା ସେମାନଙ୍କର ମୃତ୍ୟୁ ହୋଇଛି । 23 ପ୍ରତିଶତ ପୋଷ୍ଟାଲ ବାଲଟ ପାଇଁ ଅପଟ କରିଛନ୍ତି । 56 ପ୍ରତିଶତ ବୁଥକୁ ଆସି ଭୋଟ ଦେବେ ବୋଲି କହିଛନ୍ତି । ବଳକା ଉପସ୍ଥିତ ନଥିଲେ । ତ୍ରିତୋଲରେ କୋରନା ସଂକ୍ରମିତ ବା କୋଭିଡ଼ ଦାଇତ୍ୱରେ ଥିବା 340 ଜଣ ମଧ୍ୟରୁ 130 ଜଣ ପୋଷ୍ଟାଲ ବାଲଟ ପାଇଁ ଅପଟ କରିଛନ୍ତି ।

ବାଲେଶ୍ଵରରେ 101 ଜଣଙ୍କ ମଧ୍ୟରୁ କେବଳ 4 ଜଣ ଅପଟ କରିଛନ୍ତି । ଭୋଟ ଗ୍ରହଣ ବେଳକୁ ସେମାନେ ସୁସ୍ଥ ହୋଇଯାଇଥିବେ ବୋଲି ଗ୍ରହଣ କରିନାହାଁନ୍ତି । ଯେଉଁ ମାନେ ଅପଟ କରିଛନ୍ତି ସେମାନଙ୍କ ଭୋଟ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯିବ । ପୋଲିସ ଉପସ୍ଥିତରେ ଭିଡ଼ିଓ ଗ୍ରାଫି କରାଯାଇ ସେମାନଙ୍କର ଭୋଟ କରାଯିବ । 20 ତାରିଖରୁ 2 ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ।