ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନ

ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନ

ଭୁବନେଶ୍ୱର: ଆଇଏଲଏସ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନ। ସେପ୍ଟେମ୍ବର ୧୧ ରୁ ୨୫ ମଧ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲା । ପାଖାପାଖି ପ୍ରତିଦିନ ୪୨୦୦ ଭଳି ନମ୍ବର ଆସୁଥିଲା । ତେବେ ସେପ୍ଟେମ୍ବର ୨୫ ତାରିଖ ପରଠାରୁ ସଂକ୍ରମଣ ହାର କମିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ଯା ପାଖାପାଖି ୨ ହଜାରରୁ ୨୫୦୦ ମଝିରେ ରହୁଛି । ତେବେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା କମିନି । ଯାହାକି ଏକ ଭଲ ଟ୍ରେଣ୍ଡ . ମାତ୍ର ବର୍ଷା ଯୋଗୁଁ  ସାମାନ୍ୟ ସାମ୍ପୁଲ କଲେକ୍ସନ କମିଥିଲା କିନ୍ତୁ ଏବେ ଟାର୍ଗେଟ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟ କରାଯିବ। ବର୍ତ୍ତମାନ ପଜିଟିଭିଟି ହାର ୫ ପ୍ରତିଶତରୁ କମ। ପୂଜା ଆସୁଛି ।ଏବେ ଅଧିକ ସତର୍କ ରହିବାକୁ ପଡିବ । ଲୋକ ଅବହେଳା କଲେ ସଂକ୍ରମଣ ବଢିବ। ଲୋକ ମାନେ ସଚେତନ ହୋଇଛନ୍ତି ଏଭଳି ଆଗକୁ ଜାରି ରଖିବାକୁ ପଡିବ। ମୃତ୍ୟୁହାର କିଛି ବଢୁଛି। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ ରହୁଛି । ଶୀତ ଦିନରେ ଥଣ୍ଡା ହେଲେ ଇଂଫେକ୍ସନ ବଢିବାର ଚାନ୍ସ ରହିଛି।କରୋନା ଅନ୍ୟ ଡିଜିଜ ସହିତ ମିସିଲେ ବଢିବାର ଚାନ୍ସ ରହିଛି । ଭୁବନେଶ୍ୱରରେ ବି ସଂଖ୍ୟ କମିଛି ପୂର୍ବାପେକ୍ଷା।ଆଗକୁ କମିବା ବୋଲି ଆଶା କରାଯାଉଛି। କରୋନା ସମ୍ପୂର୍ଣ୍ଣ କମିବାର ଚାନ୍ସ ନାହିଁ । ସଂକ୍ରମଣ ହାର କମିବ। ଆଗରୁ ରିପୋର୍ଟ ଆସିବା ପାଇଁ ଅଧିକ ସମୟ ଲାଗୁଥିଲା ବର୍ତମାନ ୨୪ ରୁ ୪୮ ଘଣ୍ଟାରେ ରେଜଲ୍ଟ ଦିଆଯାଉଛି । ସେକେଣ୍ଡ ୱେଭ ଆସିବା ଭାଇରସ ର ଇଂଫେକ୍ତିଭିଟି ଉପରେ ନିର୍ଭର କରୁଛି।