ଗଛରେ ପିଟିହେଲା ଇନୋଭା-ଦୁଇ ମୃତ, ଦୁଇ ଗୁରୁତର

ଗଛରେ ପିଟିହେଲା ଇନୋଭା-ଦୁଇ ମୃତ, ଦୁଇ ଗୁରୁତର

ବଲାଙ୍ଗିର-ଟିଟିଲାଗଡ ରାଜରାସ୍ତାର ଦେଓଗାଁ ନିକଟସ୍ଥ ସାଗରପାଲି ଛକ ନିକଟରେ ଗତକାଲି ରାତି ୪ ଟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି । ନବରଙ୍ଗପୁରରୁ ଏକ ଇନୋଭା ଗାଡିରେ ଚାରିଜଣ ଭୂବନେଶ୍ୱର ଅଭିମୁଖେ ବାହାରିଥିଲେ । ସାଗରପାଲି ନିକଟରେ ଭାରସାମ୍ୟ ହରାଇ ଇନୋଭା ଗାଡିଟି ଗଛରେ ପିଟିହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ଡ୍ରାଇଭର ସମେତ ଦୁଇଜଣ ଗୁରୁତର ହୋଇଥିଲେ । ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଚିଂ ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ମୃତବ୍ୟକ୍ତିଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇଦେବା ସହିତ ଅଧିକ ତଦନ୍ତ ଜାରୀ ରଖିଛି ଦେଓଗାଁ ପୋଲିସ । ମୃତକଙ୍କ ଭିତରେ ଜଣେ ଏସ.ବି.ଆଇ ବ୍ୟାଙ୍କର ବ୍ରାଚଂ ମ୍ୟାନେଜର ବୋଲି ଜଣାପଡିଛି । ଆଉ ଜଣେ ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ । ଗୁରୁତର ଭିତରେ ଜଣେ ଇନୋଭା ଗାଡିର ଡ୍ରାଇଭର ଭୀମ ହରିଜନ ବୋଲି ଜଣାପଡିଛି ।