ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ୍ ଖେଳିବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ୍ ଖେଳିବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୦ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷିତ ହୋଇଛି। ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ବିଶ୍ଵର ଏହି ବଡ ଟି-୨୦ ଲିଗ୍‌ର ଉଦଘାଟନୀ ମ୍ୟାଚ୍‌ ଦୁଇଟି ବଡ ସର୍ବଶ୍ରେଷ୍ଠ ଏବଂ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ସେପ୍ଟେମ୍ବର ୧୯ରେ ଆବୁଧାବିରେ ଦୁଇ ଦଳ ମୁହାଁମୁହିଁ ହେବେ।