ଆଇପିଏଲ୍‌ ବେଟିଂ ରାକେଟର ଦୁଇ କିଙ୍ଗପିନଙ୍କୁ ଗିରଫ

ଆଇପିଏଲ୍‌ ବେଟିଂ ରାକେଟର ଦୁଇ କିଙ୍ଗପିନଙ୍କୁ ଗିରଫ

ବ୍ରହ୍ମପୁର: ଆଇପିଏଲ୍‌ ବେଟିଂ ରାକେଟର ଦୁଇ କିଙ୍ଗପିନଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗୋଶାଣୀନୂଆଗାଁ ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଆର. ଲାଲି ଆଚାରି ଏବଂ କେ. ପ୍ରଶାନ୍ତ କୁମାର ସୁବୁଦ୍ଧି। ଉଭୟ କଲିକତା, ମୁମ୍ବାଇ, ଦିଲ୍ଲୀ ଏବଂ ଦୁବାଇର ଏଜେଣ୍ଟ ମାନଙ୍କ ସହଯୋଗରେ ବେଟିଂ ରାକେଟ ଚଳାଇଥିଲେ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।