ଏୟାରପୋର୍ଟ ଅଭିମୁଖେ ଆଇପିଏସ୍ ଦେବାଶିଷ

ଏୟାରପୋର୍ଟ ଅଭିମୁଖେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର: ଆଜି ଏୟାରଲିଫ୍ଟ ହେଉଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଏହି ପରିପ୍ରେକ୍ଷୀରେ ସେ ଭୁବନେଶ୍ୱର ଏୟାରପୋର୍ଟ ଅଭିମୁଖେ ବାହାରି ସାରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି କୋଲକାତା ସ୍ଥାନାନ୍ତରଣ କରାଯାଉଛି । ତାଙ୍କୁ ସ୍ୱତନ୍ତ୍ର ଇକମୋ ସପୋର୍ଟରେ କୋଲକାତା ସୁପର୍ ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଉଛି । ତାଙ୍କୁ ଏୟାରପୋର୍ଟ ପହଞ୍ଚାଇବା ପାଇଁ ଗ୍ରୀନ କରିଡର୍ ମଧ୍ୟ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।