ଇରାନ ରାଷ୍ଟ୍ରପତି ମୃତ୍ୟୁ

ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ ହୋଇଛି । ଏହି ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଅନେକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଦଳଙ୍କୁ ହେଲିକପ୍ଟରର ଧ୍ବଂସାବଶେଷ ମିଳିଛି । ଏହି ଦୁର୍ଘଟଣା ଇରାନ ରାଜଧାନୀ ତେହରାନରୁ ପାଖାପାଖି ୬୦୦କିଲୋମିଟର ଉତ୍ତର ପଶ୍ଚିମରେ ଥିବା ଅଜରବୈଜାନ ସୀମାକୁ ଲାଗିଥିବା ଜୁଲଫା ସହର ନିକଟରେ ହୋଇଛି । ୬୩ ବର୍ଷୀୟ ରଇସି ଏକ କଠୋରପନ୍ଥୀ ନେତା ଭାବେ ଜଣାଶୁଣା । ଇରାନର ଟପ୍‌ ନେତା ଅୟାତୁଲ୍ଲା ଅଲୀ ଖୋମେନେଇଙ୍କ ସହଯୋଗୀ ଭାବେ ରଇସି ଜଣାଶୁଣା । ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ରଇସି ।