ବୁର୍ଲରେ ଖୋଲିବ ମହାକାଶ ଗବେଷଣା କେନ୍ଦ୍ର

ବୁର୍ଲରେ ଖୋଲିବ ମହାକାଶ ଗବେଷଣା କେନ୍ଦ୍ର

ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍‌ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର ତିଆରି ହେବ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ। ଏନେଇ ଭିସୁଟ୍‌ ଓ ଇସ୍ରୋ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ବୀର ସୁରନ୍ଦ୍ର ସାଏ ସ୍ପେସ୍‌ ଇନୋଭେସନ୍‌ ସେଣ୍ଟର (ଭିଏସ୍‌ଏସ୍‌ଏସ୍‌ଆଇସି), ବୁର୍ଲା ନାମରେ ନାମିତ ହେବାକୁ ଥିବା ଏହି କେନ୍ଦ୍ର ପାଇଁ ଇସ୍ରୋ ୫୦ ଲକ୍ଷ ଲଙ୍କା ଅନୁଦାନ ସ୍ୱରୂପ ପ୍ରଦାନ କରିବ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୩୦ ତାରିଖରେ ଭିସୁଟ୍‌ ଇନୋଭେସନ୍‌ କ୍ଲବ ଭିଏସ୍‌ଏଲ୍‌ଭି ୩.୦ ଲଞ୍ଚ କରିଥିଲା । ଏହି ରକେଟ୍‌ ୪ କିମି ଉଚ୍ଚତା ଭେଦ କରିଥିଲା। ଯାହାକି କୌଣସି ବିଶ୍ୱବିଦ୍ୟାଳୟ  ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ରକେଟ୍‌ ଦ୍ୱାରା ହାସଲ କରାଯାଇଥିବା ସର୍ବାଧିକ ଉଚ୍ଚତା ଥିଲା। ଏବଂ ଏଥିପାଇଁ ଭିସୁଟ୍‌ ଇନୋଭେସନ୍‌ କ୍ଲବ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲା। ସେଥିପାଇଁ ଭିସୁଟ୍‌ରେ ଦେଶର ପ୍ରଥମ ଇନୋଭେସନ୍‌ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଇସ୍ରୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।