ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କରିଛି ଇସ୍ରୋ । PSLV C 60 ପୋଏମ୍-4 ମଡ୍ୟୁଲର ଶକ୍ତିଶାଳୀ କ୍ୟାମେରା ଲେନ୍ସରେ କଏଦ ହୋଇଛି ବୀଜ ଅଙ୍କୁରିତ ହେବାର ପୂରା ପ୍ରକ୍ରିୟା । ମହାକାଶରେ ଜୀବନର ସନ୍ଧାନ ଜାରି ରହିଥିବାବେଳେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର କ୍ରପ୍ ପରୀକ୍ଷଣ ସଫଳ ହୋଇଛି । ଗତ ଡିସେମ୍ବର ୩୦ରେ ଲଞ୍ଚ ହୋଇଥିବା ସ୍ପାଡେକ୍ସ ମିଶନ ସହିତ ଇସ୍ରୋ ପୋଏମ ମିଶନ ମଧ୍ୟ କାର୍ଯ୍ୟ କରୁଛି । ଏହ ମିଶନରେ ମହାକାଶରେ ପ୍ରଥମ ଥର ପାଇଁ ଗବେଷଣାଗାର ପ୍ରତିଷ୍ଠା କରିଛି ଇସ୍ରୋ ।