ମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।

ମହାକାଶରେ ସ୍ପେସ ଡକିଂ ଏକ୍ସପେରିମେଣ୍ଟ ସାଟେଲାଇଟ ବା ସ୍ପାଡେକ୍ସ ଲାଗି ଇସ୍ରୋ ଯୋଜନା କରିଛି। ପିଏସଏଲଭି -ସି-୬୦ ଜରିଆରେ ଦୁଇଟି ସ୍ପେସ୍ କ୍ରାଫଟକୁ ଅବସ୍ଥାପିତ କରାଯିବ । ସଫଳ ହେଲେ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା ଦିଗରେ ଆଗେଇବ ଇସ୍ରୋ । ଆଜି ହେବ ସ୍ପେ଼ଡେସ୍କ ମିଶନ। ମହାକାଶରେ ଆଉ ଏକ ଇତିହାସ ରଚିବ ଇସ୍ରୋ। ଆଜି ରାତି ୯.୫୮ରେ ହେବ ଲଞ୍ଚ । ସତୀଶ ଧାବନ ମହାକାଶ କେନ୍ଦ୍ରରୁ ହେବ ଉତକ୍ଷେପଣ। ସ୍ପାଡେକ୍ସ ମିଶନର ମୂଳ ଲକ୍ଷ୍ଯ ହେଉଛି ଲୋ ଆର୍ଥ ସର୍କୁଲାର ଅରବିଟରେ ଦୁଇଟି କ୍ଷୁଦ୍ର ଏୟାରକ୍ରାଫ୍ଟ SDX01 ଓ SDX02ର ଡକିଂ ଓ ଅନଡକିଂ।