ବିଜେଡି ନେତାଙ୍କ ଶିକ୍ଷାନୁଷ୍ଠାନରେ IT ରେଡ୍

ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ କରୁଛି ଆଇଟି। ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଚଢ଼ାଉ । ଭୁବନେଶ୍ୱର ସ୍ଥିତ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ଏନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଭୋର ୪ ଟାରୁ ଏହି ରେଡ ଆରମ୍ଭ ହୋଇଛି । ଏକା ସାଙ୍ଗରେ ତାଙ୍କର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନୱରେ ରେଡ ଚାଲିଛି । ଗତବର୍ଷ ମେ ମାସରେ ମଧ୍ୟ ସମାନ ତରିକାରେ ଉକ୍ତ କୋଚିଂ ସେଣ୍ଚରରେ GST ରେଡ ହୋଇଥିଲା ।
ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଙ୍କିବା ନେଇ ସେତେବେଳେ ମଧ୍ୟ ସୁବ୍ରତଙ୍କ ଉପରେ ଅଭିଯୋଗ ହୋଇଥିଲା । ପରେ ପରେ ଏନେଇ ମାମଲା ରୁଜୁ କରାଯିବା ସହ ସୁବ୍ରତଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ତେବେ ବର୍ତ୍ତମାନର ଆୟକର ବିଭାଗ ତରଫରୁ ହୋଇଥିବା ରେଡରେ ସବିଶେଷ ତଥ୍ୟ ମିଳିପାରିନାହିଁ ।