ଯାଜପୁର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର,ଗର୍ଭବତୀ ମହିଳାଙ୍କ ସମେତ ୮୨ ଜଣଙ୍କୁ ଉଦ୍ଧାର କଲା ଚଣ୍ଡିଖୋଲ ଅଗ୍ନିଶମ ବିଭାଗ

ଯାଜପୁର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର,ଗର୍ଭବତୀ ମହିଳାଙ୍କ ସମେତ ୮୨ ଜଣଙ୍କୁ ଉଦ୍ଧାର କଲା ଚଣ୍ଡିଖୋଲ ଅଗ୍ନିଶମ ବିଭାଗ

ଯାଜପୁର ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର, ଗର୍ଭବତୀ ମହିଳାଙ୍କ ସମେତ ୮୨ ଜଣଙ୍କୁ ଉଦ୍ଧାର କଲା ଚଣ୍ଡିଖୋଲ ଅଗ୍ନିଶମ ବିଭାଗ

ଉପର ମୁଣ୍ଡରେ ଯେତେ ଜୋରରେ ବର୍ଷା ହେଉଛି ସେହି ଅନୁପାତରେ ହୀରାକୁଦ ଗେଟ୍ ମଧ୍ୟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ତଳ ମୁଣ୍ଡରେ ବନ୍ୟାର ପ୍ରକୋପ ବଢି ଚାଲିଛି । ଯାଜପୁର ଜିଲ୍ଲାରେ ଶୁକ୍ରବାର ସକାଳୁ ବଢି ପାଣି ପ୍ରବେଶ କରି ବ୍ୟାପକ ଅଂଚଳ ଜଳମଗ୍ନ କରିଛି । ଫଳରେ ବଢି ପାଣିରେ ଫସି ରହିଛନ୍ତି ଏକାଧିକ ଗ୍ରାମବାସୀ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଛି ଫାୟାର ଟିମ୍ । ଚଣ୍ଡିଖୋଲ ଫାୟାର ଟିମ୍ ୨ଟି ପାୱାର ବୋଟ ସାହାଯ୍ୟରେ ୮୨ ଜଣଙ୍କୁ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଗର୍ଭବତୀ ମହିଳା । ଜିଲ୍ଲାର ବଡଚଣା ବ୍ଲକ୍ ଚାରିନଂଗଳ ଗ୍ରାମ ପଂଚାୟତର ଇସଲାମବାଦ, ବାଦାମ ମହଲ, କେପା, ଅମିରମହଲ ଓ ବଡ ସାହିର ଗ୍ରାମର ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିଛି ଟିମ୍ । ଏମାନ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି ।