ଡକାୟତି ପାଇଁ ଯୋଜନା କରୁଥିବା ଏକ ଦଳ କୁ କାବୁ କଲା ଯାଜପୁର ରୋଡ଼ ପୋଲିସ

ଡକାୟତି ପାଇଁ ଯୋଜନା କରୁଥିବା ଏକ ଦଳ କୁ କାବୁ କଲା ଯାଜପୁର ରୋଡ଼ ପୋଲିସ

ଯାଜପୁର: ସେମାନଙ୍କ ନିକଟରୁ ବନ୍ଧୁକ,ମାରଣାସ୍ତ୍ର, ମୋବାଇଲ,ହାତଘଣ୍ଟା,ଜୀବନ୍ତ ବୋମା,ବାଇକ,ସୁନା ମୁଦି ଆଦି ଜବତ କରାଯାଇଛି। ଏହି ଦଳ ଗତକାଲି ବିଳମ୍ବିତ ରାତିରେ ବ୍ୟାସସରୋବର ନିକଟରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ଧରାପଡିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ।ଗିରଫ 5 ଜଣ ମଧ୍ୟରୁ ନିକଟରେ ବ୍ୟାସନଗର ଯୋଗୀ ସାହି ଡକାୟତି ଘଟଣା ରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଏହି ଡ଼କାୟତ ଦଳକୁ କାବୁ କରି ଏକ ବଡ଼ ଧରଣର ଡକାୟତି ହେବାରୁ ରୋକି ପାରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ଼ ଏସ ଡି ପି ଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି।