ଆରମ୍ଭ ହେଲା ଜେଇଇ ମେନ ପରୀକ୍ଷା

ଆରମ୍ଭ ହେଲା ଜେଇଇ ମେନ ପରୀକ୍ଷା

ଆଜିଠାରୁ ଜେଇଇ ମେନ୍‌ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଭିତରେ ହେଉଛି ଜେଇଇ ମେନ୍‌ ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଫ୍‌ଟ ଅପରାହ୍‌ଣ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ଗେଟ୍‌ ଖୋଲାଯାଇଥିଲା । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।