JEE, NEET ପରୀକ୍ଷାର ସୁପରିଚାଳନା ପାଇଁ ବଡ଼ ନିଷ୍ପତ୍ତି

JEE, NEET ପରୀକ୍ଷାର ସୁପରିଚାଳନା ପାଇଁ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର , ୨୮।୦୮:  ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଏହା ମଧ୍ୟରେ ଆୟୋଜିତ ହେବାକୁ ଯାଉଛି NEET ଓ JEE ପରୀକ୍ଷା । ତେବେ ଏହି ସମୟରେ ଯେପରି ପରୀକ୍ଷାର୍ଥୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏପରିକି ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ଜିଲ୍ଲାରେ ବିଭିନ୍ନ ନୋଡାଲ ସେଣ୍ଟର କରାଯିବା ସହ ଅଫିସରଙ୍କ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି ।