ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ, ବର୍ଷା କିମ୍ବା କୋହଲା ପାଗରେ ଆଉ ବାତିଲ ହେବନି ବିମାନ ସେବା

ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ, ବର୍ଷା କିମ୍ବା କୋହଲା ପାଗରେ ଆଉ ବାତିଲ ହେବନି ବିମାନ ସେବା

ଝାରସୁଗୁଡା ୧୧।୬: ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ (Instrumental Landing System) । ବର୍ଷା ସମୟ ହେଉ ଅବା କୋହଲା ପାଗରେ ଆଉ ବିମାନସେବା ବାତିଲ ହେବନାହିଁ ।୨୦୧୮ ମସିହାରୁ ଝାରସୁଗୁଡା ବିମାନବନ୍ଦର ଆରମ୍ଭ ହେବା ପରଠାରୁ ସାମାନ୍ୟ କୋହଲା ପାଗ ହେଲେ ବିମାନ ଅବତରଣ କରିବାରେ ଅସୁବିଧା ହେଉଥିଲା । ଫଳରେ ବିମାନ ଯାତ୍ରୀ ଅସନ୍ତୋଷ ପ୍ରକାଶ କରି ବିମାନବନ୍ଦରରେ ILS ଲଗାଇବା ପାଇଁ ଦାବି କରି ଆସୁଥିଲେ । ବ୍ୟୟବହୁଳ ଏହି ଯନ୍ତ୍ରାଂଶର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗୁରୁବାର DGCA ପକ୍ଷରୁ ଏହା ଆରମ୍ଭ କରିବାକୁ ଅନୁମତି ଦେଇଛି । ଫଳରେ ଏବେ ୮ ଶହ ମିଟର ଉଚ୍ଚରେ ଥିବା ବିମାନ ଓହ୍ଲାଇବାରେ ସକ୍ଷମ ହେବ ବୋଲି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।