ଜଟାଧାରୀରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟଖୁବଶୀଘ୍ର ଆରମ୍ଭ ହେବ-JSW

ଜଟାଧାରୀରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟଖୁବଶୀଘ୍ର ଆରମ୍ଭ ହେବ-JSW

ଭୁବନେଶ୍ବର: ଜିନ୍ଦଲ ଷ୍ଟିଲ ପ୍ଳାଣ୍ଟର ଜଗତସିଂହପୁରରେ ଖୁବଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ । ଏନେଇ ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଜଗତସିଂହପୁର ଜିଲ୍ଲାର ଜଟାଧାରୀ ଠାରେ କମ୍ପାନୀ ବାର୍ଷିକ ୧୩.୨ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ କରିବ ।

ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ଜଳ, ବିଦ୍ୟୁତ ଯୋଗାଇ ଦେଇଛନ୍ତି । ଆସନ୍ତା ୧୦ ବର୍ଷରେ କମ୍ପାନୀ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି ।ଭୟଙ୍କ ମଧ୍ୟରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । କିପରି ଅଧିକ ରାଜସ୍ବ ଓ ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ଵ ଦିଆଯିବ ସେନେଇ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜେଏସଡବ୍ଲ୍ୟୁ ସମ୍ବଲପୁର ଆଇଆଇଏମ ସହ ଅନୁବନ୍ଧିତ ହୋଇ ଏକ ସେଣ୍ଟର ଫର୍ ଡେଭଲମେଣ୍ଟ ଷ୍ଟଡିଜ ଫର ଓଡିଶା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଓଡିଶାର ବିକାଶ ଦିଗରେ ସକାରତ୍ମକ ଭୁମିକା ଜିନ୍ଦଲ ନିଭେଇବ ବୋଲି ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ ସ୍ପଷ୍ଟ କରିଛନ୍ତି ।