କଙ୍ଗନାଙ୍କ ଅଫିସକୁ ଜେସିବି ଲଗାଇ ଭାଙ୍ଗିଲା ବିଏମସି

କଙ୍ଗନାଙ୍କ ଅଫିସକୁ ଜେସିବି ଲଗାଇ ଭାଙ୍ଗିଲା ବିଏମସି

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ବିବାଦ କଙ୍ଗନାଙ୍କୁ ମୁମ୍ବାଇସ୍ଥିତ ଅଫିସ ଭାଙ୍ଗିବା ପର୍ଯ୍ୟନ୍ତ ପହଞ୍ଚିଛି। ଗତକାଲି କଙ୍ଗନାଙ୍କ ଅଫିସରେ ନୋଟିସ ଲଗାଇଥିଲା ବେଳେ ବିଏମସି ଟିମ୍ ଜେସିବି ନେଇ ୪୮ କୋଟିର ଅଫିସକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି। କଙ୍ଗନାଙ୍କ ଅଫିସ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ବିଏମସି ଗତକାଲି ନୋଟିସ କରିବା ପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। କିଛି ସମୟ ମଧ୍ୟରେ କଙ୍ଗାନାଙ୍କୁ ଏହି ପିଟିସନର ଶୁଣାଣି କରିବେ କୋର୍ଟ। ଏହାରି ମଧ୍ୟରେ କଙ୍ଗନା ଟୁଇଟ କରି ନିଜ ଅଫିସକୁ ରାମ ମନ୍ଦିର କହିବା ସହିତ ବିଏମସି କର୍ମଚାରୀଙ୍କୁ ବାବର ସେନା ସହ ତୁଳନା କରିଛନ୍ତି। ପୁଣିଥରେ ଏହି ରାମମନ୍ଦିର ଗଢ଼ି ଉଠିବ ବୋଲି ସେ କହିଛନ୍ତି।