ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

ବୁଡ଼ିଲା ମାଲକାନଗିରି କାଙ୍ଗୁରୁକୋଣ୍ଡା ପୋଲ। ଲଗାଣ ବର୍ଷା ହେବାରୁ ପୋଲ ଉପରେ ୨ ଫୁଟର ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ପୋଲ ଉପରେ ହଠାତ୍ ପାଣି ମାଡ଼ି ଆସିବାରୁ ମାଲକାନଗିରିରୁ କାଲିମେଳା, ମୋଟୁ ଏବଂ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି।