କର୍ଣ୍ଣାଟକ ୨୬ । ୪ : କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ୍ ଘୋଷଣା । ଆସନ୍ତା କାଲି ରାତିଠାରୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । କରୋନାର ଉଦ୍ଧ୍ୱର୍ମୁଖୀ ଗ୍ରାଫକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି ।ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୮୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।