କ୍ୟାଟ୍ରିନା କୈଫ୍ କରୋନା ପଜିଟିଭ୍

କ୍ୟାଟ୍ରିନା କୈଫ୍ କରୋନା ପଜିଟିଭ୍

ମୁମ୍ବାଇ ୦୬/୦୪ : ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବଲିଉଡ ଇଣ୍ଡଷ୍ଟ୍ରିକୁ ମଧ୍ୟ କରୋନା କବଳିତ କରିଛି। ଗତ କିଛି ଦିନ ହେଲା ବଲିଉଡ କଳାକାର ଲଗାତାର ସଂକ୍ରମିତ ହେଉଛନ୍ତି। ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଷ୍ଟେଟସ ଜରିଆରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଏବଂ ସେ ନିଜକୁ ଆଇସୋଲେଟ କରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କୋଭିଡ ନିୟମ ପାଳନ କରୁଛନ୍ତି ବୋଲି କହିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଯାଞ୍ଚ କରାଇବାକୁ ସେ ଅପିଲ କରିଛନ୍ତି। ଏହାସହ ସେ ପ୍ରଶଂସକଙ୍କ ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଗୋବିନ୍ଦା, ବିକ୍କି କୌଶଲ, ଭୂମି ପେଡନେକର, ଆଲିଆ ଭଟ୍ଟ, ରଣବୀର କପୁର, ନିର୍ଦ୍ଦେଶକ ସଞ୍ଜୟ ଭନସାଲି, ଗାୟକ ଆଦିତ୍ୟ ନାରାୟଣ, କମେଡିଆନ କୁନାଲ କାମରା, ସଶାଙ୍କ ଖୈତାନ ଆଦି ସଂକ୍ରମିତ ହୋଇଛନ୍ତି।