କେଜ୍ରିୱାଲଙ୍କୁ ଜାମିନ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ୍। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା କେଜରିୱାଲଙ୍କୁ ଦିଲ୍ଲୀର ରୋଜ ଆଭେନ୍ୟୁ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଜାମିନ୍ ମିଳିଛି। ଆସନ୍ତାକାଲି ସେ ଜେଲରୁ ଜାମିନରେ ମୁକୁଳିବେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ତୋଷାରପାତ ଅଭିଯୋଗରେ କେଜରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।