ରାଜଧାନୀରେ ନବବଧୂକୁ ହତ୍ୟା

ରାଜଧାନୀରେ ନବବଧୂକୁ ହତ୍ୟା

ଭୁବନେଶ୍ୱର:  ଆଜି ରାଜ୍ୟ ରାଜଧାନୀରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରୁ ନବବଧୂଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ନବବଧୂଙ୍କ ପରିଚୟ ପାଇଛି ପୋଲିସ୍ । ସେ ହେଉଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ବର୍ଷା ଇୟାଲ୍। ୬ ମାସ ତଳେ ସୁନିଲ କୁସିଲିଆଙ୍କ ସହ ବର୍ଷାଙ୍କ ପ୍ରେମ ବିବାହ ହୋଇଥିଲା । ପରେ ସେମାନେ ରାଜଧାନୀର ନୂଆପଲ୍ଲୀ ଅଞ୍ଚଳରେ ରହୁଥିଲେ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବର୍ଷାଙ୍କ ମୃତ୍ୟୁ ଘଟିଲା ସେନେଇ ସ୍ପଷ୍ଟ ହୋଇପାରିନି । ପାରିପାଶ୍ୱର୍କ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ହେଉଛି । ପୋଲିସ୍ ତଦନ୍ତ ଜାରି ରହିଛି ।