ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୮ ୱିକେଟରେ ହରାଇଲା କିଙ୍ଗସ ଏକାଦଶ ପଞ୍ଜାବ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୮ ୱିକେଟରେ ହରାଇଲା କିଙ୍ଗସ ଏକାଦଶ ପଞ୍ଜାବ

ଶାରଜା :ଗୁରୁବାର ଦିନ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଏକପାଖିଆ ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଅଧିନାୟକ କେଏଲ ରାହୁଲ ଏବଂ କ୍ରିସ ଗେଲଙ୍କ ଅର୍ଧଶତକୀୟ ଇନିଂସ ବଳରେ କୋହଲିଙ୍କୁ ପଞ୍ଜାବ ୮ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିବା ପାଇଁ ସକ୍ଷମ ହୋଇଥିଲା । ଯାହାର ଜବାବରେ ପଞ୍ଜାବ ଦୁଇ ୱିକେଟ ହରାଇ ୧୭୭ ରନ କରି ମ୍ୟାଚକୁ ଜିତି ନେଇଛି। ତେବେ ଦଳ ପକ୍ଷରୁ କେ.ଏଲ.ରାହୁଲ ସର୍ବାଧିକ ୪୯ଟି ବଲ ଖେଳି ୬୧ ରନ କରିଥିବାବେଳେ କ୍ରିସ ଗେଲ ୪୫ଟି ବଲ ଖେଳି ୫୩ ରନ କରିଥିଲେ । ତେବେ ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ମାତ୍ର ୨୫ଟି ବଲ ଖେଳି ଧୂଆଁଧାର ୪୫ ରନ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।