ଲାଲୁଙ୍କୁ ମିଳିଲା ଜାମିନ୍

ଲାଲୁଙ୍କୁ ମିଳିଲା ଜାମିନ୍

ପାଟନା ୧୭।୪: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇ ଲାଲୁ ଜେଲରେ ସଜ୍ଜା କାଟୁଥିଲେ । ଗତ ଫେବୃଆରୀ ମାସ ୧୯ ତାରିଖରେ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଡୁମକା ଟ୍ରେଜେରୀରୁ ବେଆଇନ ଭାବେ ୩.୧୩ କୋଟି ଟଙ୍କାର ହେରଫେର ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରାଯାଇଥିଲା । ବର୍ତ୍ତମାନ ଦଣ୍ଡ ଭୋଗିବା ସହ ଲାଲୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ଜରିମାନା ବାବଦକୁ ଲାଲୁ ୧୦ ଲକ୍ଷ ଟଙ୍କା ପଇଠ କରିବା ସହ ବିଦେଶ ଗସ୍ତ କରିପାରିବେ ନାହିଁ ବୋଲି ଜଣାପଡ଼ିଛି ।