ଯାଜପୁରରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ 3 ଅଟକ

ଯାଜପୁରରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ 3 ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ମାଳହାଟ ଗ୍ରାମରେ ଆଜି ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିବା ସହ 3 ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ତିଆରି ହେଉଥିବା ଯାଜପୁର ଏସ୍ଡିପିଓ ଚିନ୍ମୟ କୁମାର ନାୟକ ଖବର ପାଇ ଆଜି ଭୋର ସମୟରେଏହି ଚଢାଉ କରିଥିଲେ । ଅଭିଯୁକ୍ତମାନେ ନାମୀ ଦାମୀ କମ୍ପାନୀର ନକଲି ଜର୍ଦ୍ଦା ତିଆରି କରି ବଜାରରେ ବିକ୍ରି କରି ମୁନାଫା କରିଥାନ୍ତି । ଗତ କିଛି ଦିନ ତଳେ ଛତିଆ ଅଞ୍ଚଳରୁ ଏସ୍ଟିଏଫର ପକ୍ଷରୁ ଛଡାଉ କରାଯାଇ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା ।