ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍’ ଫିଲ୍ମର ଟ୍ରେଲର ରିଲିଜ୍

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍’ ଫିଲ୍ମର ଟ୍ରେଲର ରିଲିଜ୍

ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଲକ୍ଷ୍ମୀ ବମ୍ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଜବରଦସ୍ତ ହରର୍ କମେଡି ସାଙ୍ଗକୁ ଅକ୍ଷୟଙ୍କ ଦମଦାର ଅଭିନୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି।

ଏହି ଫିଲ୍ମଟି ଓଟିଟି ଫର୍ମାଟରେ ରିଲିଜ ହେବ। ଆଜି ଏହାର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅକ୍ଷୟଙ୍କୁ କିନ୍ନର ଭାବେ ଦର୍ଶକମାନେ ଦେଖିବାକୁ ପାଇବେ। ତାଙ୍କ ଦେହରେ ଜଣେ କିନ୍ନର ଆତ୍ମା ପ୍ରବେଶ କରିବା ସହ ନିଜର ପ୍ରତିଶୋଧ କିପରି ନେଉଛି ତାହା ଦେଖିବାକୁ ମିଳିବ। ଅକ୍ଷୟଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ନଜର ଆସିବେ । ଅକ୍ଷୟଙ୍କ ଏହି ଫିଲ୍ମ ସାଥ ଫିଲ୍ମ ମୁନ୍ନୀ ୨ର ହିନ୍ଦୀ ରିମେକ୍। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହା ହଟଷ୍ଟାର ଭିଆଇପିରେ ନଭେମ୍ବର ୯ ତାରିଖରୁ ଦେଖିବାକୁ ମିଳିବ।