ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ

ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ
ଚେନ୍ନାଇ: ଲୋକପ୍ରିୟ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ। ଆଜି ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସିଙ୍ଗର୍ ବ୍ୟତୀତ ସେ ମ୍ୟୁଜିକ୍ ଡାଇରେକ୍ଟର, ଡବିଙ୍ଗ୍ ଆର୍ଟିଷ୍ଟ ଏବଂ ଅଭିନେତା ମଧ୍ୟ ରହିସାରିଥିଲେ । ବାଲାସୁବ୍ରମଣ୍ୟମଙ୍କୁ ପ୍ଲେ’ବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ ୬ ଥର ନ୍ୟାସନାଲ୍‌ ଆୱାର୍ଡ ମିଳିଛି, ଯାହାକି ଏହିସବୁ ଗୀତ ଅଲଗା ଅଲଗା ଭାଷାରେ ଥିଲା । ବଲିଉଡରେ ତାଙ୍କୁ ଫିଲ୍ମ ଫେୟାର୍ ଆୱାର୍ଡ ମଧ୍ୟ ମିଳିଥିଲା । ଏସ୍.ପି. ବାଲା ସୁବ୍ରମଣ୍ୟମ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ପାଇଁ ଅନେକ ଗୀତ ଗାଇଥିଲେ ।