ବନବିଭାଗ ଦ୍ୱାରା ବାଘ ଛାଲ ଜବତ

ବନବିଭାଗ ଦ୍ୱାରା ବାଘ ଛାଲ ଜବତ

ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ ସଫଳତା। ତିନୋଟି କଲରା ପତରିଆ ବାଘ ଚମଡା ସହ ଚାରି ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ଠାରୁ ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି । ନବରଙ୍ଗପୁର ବନ ଭିଭାଗ ଖବର ପାଇ ନବରଙ୍ଗପୁର- କଳାହାଣ୍ଡି ଜିଲ୍ଲାର ସୀମାରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ବିରିଗୁଡା ଗାଁ ଦେଇ କଳାହାଣ୍ଡି ଜିଲ୍ଲାରୁ ଏକ ବାଇକ ଯୋଗେ ଗୋଟିଏ କଲରାପତରିଆ ବାଘ ଚମଡା ଧରି ଆସୁଥିବା ଦୁଇ ଜଣଙ୍କୁ ପ୍ରଥମେ ଧରିଥିଲେ ବନ ବିଭାଗ କର୍ମଚାରୀ। ସେଭଳି ନନ୍ଦାହାଣ୍ଡି ବ୍ଲକ ଉଶିରିପଦର ଗାଁ ନିକଟରେ ବାଇକ ଯୋଗେ ଦୁଇଟି କଲରାପତରିଆ ବାଘ ଚମଡା ଧରି ଯାଉଥିବା ବେଳେ ବନ ବିଭାଗ ହାତରେ ଧରା ପଡିଛନ୍ତି ଅନ୍ୟ ଦୁଇ ଜଣ । ଦୁଇଟି ପୃଥକ ପୃଥକ ଘଟଣାରେ ୩ଟି ବାଘ ଚମଡା, ଦୁଇଟି ବାଇକ, ୪ଟି ମୋବାଇଲ ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଚାରି ଗିରଫଙ୍କ ମଧ୍ୟରେ ତ୍ରିନାଥ ନାୟକ ଓ ସୁରେନ୍ଦ୍ର ନାୟକ କଳାହାଣ୍ଡି ଜିଲ୍ଲା ମହୁଲପଦର ଗାଁର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁପ୍ତଚନ୍ଦ୍ର ଟାକ୍ରୀ ଓ ପ୍ରହ୍ଲାଦ ନାୟକ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିରିଗୁଡା ଗାଁର ଵୋଲି ବନବିଭାଗ କହିଛି। ଅଭିଯୁକ୍ତ ମାନଙ୍କ ଠାରୁ ଜବତ ମୋବାଇଲକୁ ଧରି କେଉଁ କେଉଁ ମାନେ ଏହି ରାକେଟରେ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ଏହି ବାଘଚମଡା କେଉଁଠିକୁ ଯାଉଥିଲା ଏବଂ ଅନ୍ୟ କେହି ଏଥିରେ ସାମିଲ ଅଛନ୍ତି ତାହାର ତଦନ୍ତ କରାଯାଉଛି ବୋଲି ନବରଙ୍ଗପୁର ଜିଲ୍ଲା ବନ ବିଭାଗ ଅଧିକାରୀ ଧନାଜି ରାଓ ସୂଚନା ଦେଇଛନ୍ତି। ନବରଙ୍ଗପୁର ଓ କଳାହାଣ୍ଡି ବନ ବିଭାଗର ଏପରି କାମକୁ ପ୍ରଶଂସା କରିଛନ୍ତି PCCF Wildlife, ହରିଶଙ୍କର ଉପାଧ୍ୟାୟ।