ୟୁଜି, ପିଜି ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅବଧି ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ୟୁଜି, ପିଜି ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅବଧି ଘୁଞ୍ଚାଇବାକୁ ୟୁଜିସିକୁ ଚିଠି

ଦେଶ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ୟୁଜି ଓ ପିଜି ଫାଇନାଲ୍ ସେମିଷ୍ଟର  ପରୀକ୍ଷା ସମାପନ  ସମୟ ସୀମାକୁ ବୃଦ୍ଧି କରିବାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନ (ୟୁଜିସି)କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖିଛି।  ଏହି ସବୁ ପରୀକ୍ଷା ଶେଷ ଲାଗି ସମୟସୀମା  ଅକ୍ଟୋବର ୧୦କୁ ବୃଦ୍ଧି ରାଜ୍ୟ ସରକାର ୟୁଜିସିକୁ ଅନୁରୋଧ କରିଛନ୍ତି। ପରୀକ୍ଷା ମଝିରେ ଅତି କମ୍‌ରେ ଦିନକର ବ୍ୟବଧାନ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ପରୀକ୍ଷା କେନ୍ଦ୍ରଗୁଡିକୁ ସଠିକ୍‌ ଭାବେ ପରିଷ୍କାର ପରିଚ୍ଛନ୍ନ କରି ରଖାଯାଇ ପାରିବ ଏବଂ ଉପଯୁକ୍ତ ଭାବେ ସାନିଟାଇଜ୍ ହୋଇପାରିବ। ଉଲ୍ଲେଖ‌ଯୋଗ୍ୟ, ସେପ୍ଟେମ୍ବର ୩୦ ମଧ୍ୟରେ ଏହିସବୁ ପରୀକ୍ଷା ଶେଷ କରିବାକୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।