ରାଜ୍ୟରେ ୧୪ ହଜାରରୁ ଉର୍ଦ୍ଧ୍ବ ନୁହେଁ ୭୭୭୨ ବିଦ୍ୟାଳୟ ବନ୍ଦ ପାଇଁ ତାଲିକା ପ୍ରସ୍ତୁତି ହୋଇଛି

ରାଜ୍ୟରେ ୧୪ ହଜାରରୁ ଉର୍ଦ୍ଧ୍ବ ନୁହେଁ ୭୭୭୨ ବିଦ୍ୟାଳୟ ବନ୍ଦ ପାଇଁ ତାଲିକା ପ୍ରସ୍ତୁତି ହୋଇଛି

ଭୁବନେଶ୍ୱର: ରାଜ୍ୟରେ ୧୪ ହଜାରରୁ ଉର୍ଦ୍ଧ୍ବ ନୁହେଁ ୭୭୭୨ ବିଦ୍ୟାଳୟ ବନ୍ଦ ପାଇଁ ତାଲିକା ପ୍ରସ୍ତୁତି ହୋଇଛି । କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଙ୍କ ସମୀର ରଂଜନ ଦାସ ଙ୍କ ପ୍ରତିକ୍ରିୟା । ସ୍କୁଲ ବନ୍ଦ କରିବା ନୁହେଁ ବରଂ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ। ରାଜ୍ୟରେ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି। ଗତକାଲି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ। ତେବେ କୌଣସି ଛାତ୍ରଛାତ୍ରୀ ଯେମିତି ପାଠପଢ଼ା ରୁ ବଂଚିତ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗରୁ ନିଷ୍ପତ୍ତି ନିଆଯାଇଛି। 14ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି 7772 ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।