‘ୟାଶ’ ପାଇଁ ୧୦ ଜିଲ୍ଲାରେ ଲକଡାଉନ୍ କୋହଳ କରାଯାଇଛି

‘ୟାଶ’ ପାଇଁ ୧୦ ଜିଲ୍ଲାରେ ଲକଡାଉନ୍ କୋହଳ କରାଯାଇଛି

ଭୁବନେଶ୍ୱର : ରାଜ୍ୟରେ କରୋନା ଲାଗି ରହିଥିବା ବେଳେ ବର୍ତ୍ତମାନ ଜନସାଧାରଣ ବାତ୍ୟାୟାଶକୁ ନେଇ ଆଶଙ୍କା ଭିତରେ ରହିଛନ୍ତି ତେବେୟାଶପାଇଁ ୧୦ ଜିଲ୍ଲାରେ ଲକଡାଉନ୍ କୋହଳ କରାଯାଇଛି ଆଜି କାଲି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ ବୋଲି କୁହାଯାଇଛି ଦୁଗ୍ଧ, ମାଛ, ମାଂସ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ, ଖୋର୍ଦ୍ଧା ଆଦି ୧୦ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି ଏନେଇ ସ୍ପେଶାଲ ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡ଼ିଛି