ଓଡ଼ିଶାରୁ ୧୨ଟି ଜିଲ୍ଲା ରୁ ହଟିବ ତାଲାବନ୍ଦ

ଓଡ଼ିଶାରୁ ୧୨ଟି ଜିଲ୍ଲା ରୁ ହଟିବ ତାଲାବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ଭିଡିଓ କନଫରେନ୍ସିଂରେ କୋଭିଡ ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଥିବା ଜଣାପଡ଼ିଛି । ତେବେ ଏ ବିଷୟରେ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି ଜଣାପଡ଼ିଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ତେଣୁ ଏହି ଅଞ୍ଚଳଗୁଡ଼ିକରେ କଟକଣା କୋହଳ କରାଯାଇପାରେ । ରାଜ୍ୟରେ ପଜିଟିଭ୍ ସଂଖ୍ୟା କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବ ବୋଲି କହିଥିଲେ । ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭ୍ ରେଟ୍ ଅଧିକ ରହିଛି, ସେ ଅଞ୍ଚଳ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।