ଛତିଶଗଡ଼ରେ ପୂରା ଲାଗୁ ହେଲା ଲକ୍ଡାଉନ୍

ଛତିଶଗଡ଼ରେ ପୂରା ଲାଗୁ ହେଲା ଲକ୍ଡାଉନ୍

ରାୟପୁର: ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୬୫ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ଛତିଶଗଡ଼ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାରରୁ ଅଧିକ ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୬୭୪କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣରେ ରାଜ୍ୟରେ ମୋଟ ୬୦୮୩ ଜଣଙ୍କର ମୃତ୍ୟୁ ହୋଇଛି ।ଛତିଶଗଡରେ କରୋନା ସଂକ୍ରମଣ ଏବେ ଅନିୟନ୍ତ୍ରିତ ଅବସ୍ଥାରେ ପହଞ୍ଚିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପୂରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ହେଲେ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଘୋଷଣା କରାଯାଇଛି । ସୁକମା ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ସୁକମାରେ ଆଜି ସନ୍ଧ୍ୟା ୬ଟାଠାରୁ ମେ ପହିଲା ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ସ୍ବାସ୍ଥ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ଏହା ପୂର୍ବରୁ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟରେ ଅନ୍ୟ ୨୭ ଟି ଜିଲ୍ଲାରେ ଲକଡାଉନ୍ ଘୋଷଣା ହୋଇସାରିଛି ।