ଏସ୍ପ୍ଲାନେଡ ମଲ୍ ଆଗରେ ଲୁଟ୍; ଫୋନ୍ ଓ ପର୍ସ ଛଡେଇ ନେଲେ

ଏସ୍ପ୍ଲାନେଡ ମଲ୍ ଆଗରେ ଲୁଟ୍; ଫୋନ୍ ଓ ପର୍ସ ଛଡେଇ ନେଲେ

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଫର୍ଚା ଆଲୁଅରେ ଲୁଟ୍। ଆଜି ସନ୍ଧ୍ୟା ଛଅଟା ସମୟରେ ରସୁଲଗଡ଼ ଛକ ଏସ୍ପ୍ଲାନେଡ ମଲ୍ ଆଗରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ, ମନିପର୍ସ ଓ ପାଞ୍ଚହଜାର ଟଙ୍କା ଛଡେଇ ନେଲେ ଦୁଇ ଦୁର୍ବୃତ୍ତ। ଦୁଇ ଜଣ ଯୁବତୀ ବମିଖାଲ ପଟରୁ ରସୁଲଗଡ଼କୁ ଯାଉଥିଲେ। ପଛରୁ ଦୁଇ ଯୁବକ ଏକ ବାଇକରେ ଆସି ଚିନ୍ମୟୀ ସ୍ୱାଇଁଙ୍କ ହାତରୁ ମୋବାଇଲ, ମନିପର୍ସ ଛଡ଼େଇ ନେଲେ। ଏଡ଼େ ସାହସ ର ସହ ସେମାନେ ଲୁଟ୍ କଲେ ଯେ, ଫ୍ଲାଏ ଓଭର ଉପରେ ଚଢ଼ି ରଙ୍ଗ ରୁଟ ରେ ଖସିଗଲେ। ଲୁଟର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ଭଦ୍ରକର ଇତିଶ୍ରୀ ନାୟକ। ସେ ବମିଖାଲ ଅଞ୍ଚଲରେ ରହି ଏକ ଆଇଟି କମ୍ପାନୀ ରେ ଚାକିରି କରନ୍ତି।

ଖବର ପାଇ ପିଶିଆର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଯୁବତୀ ଜଣକ ସହିଦ୍ ନଗର ଥାନାରେ ଏତଲା ଦେଇଛନ୍ତି। ତେବେ, ଏଭଳି ଫର୍ଚ୍ଚା ଆଲୁଅରେ ରସୁଲଗଡ଼ ଭଳି ପ୍ରମୁଖ ଛକରେ ଲୁଟେରା ପୋଲିସ କୁ ଚେକ୍ ଦେଇ ଚାଲିଗଲେ। କେବଳ ଖସିଗଲେନି, ରଙ୍ଗ ରୁଟ ରେ ଫୁର୍ ହେଇଗଲେ। ଏକ ସ୍ପଷ୍ଟ ଅନୁମେୟ, ଲୁଟେରା ନିଶ୍ଚୟ ଜାଣିଥିଲେ ଫ୍ଲାଏ ଓଭର ଉପରେ ଖସିବା ହିଁ ନିରାପଦ। କାରଣ ସେଠି ପୋଲିସ ନଥିବେ। ରାଜଧାନୀର ଅନ୍ୟ ସ୍ଥାନରୁ ଲୁଟ୍ ଆଉ ରସୁଲଗଡ଼ ଭଳି ଛକ ଉପରେ ଖୁଲମ୍ ଖୁଲା ଲୁଟ୍ କରିବା ଜନସାାରଣଙ୍କ ପାଇଁ ସତର୍କ ବାଣୀ ଆଉ ପୋଲିସ ପାଇଁ ଚେକ୍।