ଖଣ୍ଡା-ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ଏବଂ ସୁନା ଅଳଙ୍କାର

ଖଣ୍ଡା-ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ଏବଂ ସୁନା ଅଳଙ୍କାର

ଟାଙ୍ଗୀ ୧୭।୦୪: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଟାଙ୍ଗିରେ ସିରିଜ ଚୋରି । ଖଣ୍ଡା-ଭୁଜାଲି, ଛୁରୀରେ ମହିଳାଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର । ଗୋଟିଏ ରାତିରେ ୫ଟି ସ୍ଥାନରୁ ହୋଇଛି ଚୋରି । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଖବର ଅନୁଯାୟୀ, ବିଳମ୍ବିତ ରାତିରେ ୪ରୁ ୫ ଜଣ ଚୋର ମାରଣାସ୍ତ୍ର ଦେଖାଇ ଏଭଳି ଲୁଟ୍ ପାଟ୍ କରିଛନ୍ତି । ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟ୍ ନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କାହା ଘରୁ ମୋବାଇଲ୍ ଫୋନ୍ ଏବଂ ଟଙ୍କା ଭର୍ତ୍ତି ଆଟାଜ୍ ଚୋରି ନେଇଥିବା ବେଳେ କିଛି କିଛି ଘରୁ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଞ୍ଚଳର ପ୍ରାୟ ୫ଟି ଘରୁ ଏପରି ଲୁଟ୍ ହୋଇଛି । ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ଏହା ନିଶାଶକ୍ତ ଯୁବକଙ୍କ କାରନାମା ବୋଲି ପୋଲିସ ସୂଚନା ଦେଇଛନ୍ତି ।