ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ

ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ

ନୟାଗଡ଼: ନୟାଗଡ଼ ରଣପୁର ଥାନା କୋଟଗଡ଼ ଘାଟିରେ ପୁଣି ଡକାୟତି l 3 ଡକାୟତଙ୍କ ଦ୍ୱାରା ଲୁଟର ଶିକାର ହେଲେ ଦମ୍ପତି l ଲୁଟର ଶିକାର ଦମ୍ପତି ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା। ଏକ ବାଇକ ଯୋଗେ ସକାଳୁ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ ଦମ୍ପତି l 3ଜଣ ଡକାୟତ ପିଛା କରି କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ତାଙ୍କ ଠାରୁ 9 ହଜାର ଟଙ୍କା ସହ ଏକ ସୁନା ଚେନ ଏବଂ ଏକ ମୋବଇଲ ନେଇଯାଇଥିବା ଦମ୍ପତି ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି l ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ ହୋଇ ସୁନାଖଳା ଚିକିତ୍ସାଳୟରେ ଭର୍ତ୍ତି ହାେଇଛନ୍ତି।