ଆଜି ଶ୍ରୀଜିଉଙ୍କ ସୁନାବେଶ

ଜି ଶ୍ରୀଜିଉଙ୍କ ପବିତ୍ର ରାଜରାଜେଶ୍ବର ବେଶ ବା ସୁନାବେଶ। ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଡାଉ ବେଶ ବା ସୁନାବେଶ । ରଥ ଉପରେ ଏହି ବେଶ ଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ରୁ ବାରିକେଟ ଦେଇ ଭକ୍ତ ମାନେ ଆସିବା ସହ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଦର୍ଶନ କରି ବାହାରକୁ ବାହାରିବେ । ଶୃଙ୍ଖଳିତ ଭାବେ ସୁନାବେଶ ଦର୍ଶନ ପାଇଁ ରଥ ଉପରେ ସେବାୟତ ମାନେ ବିଗ୍ରହ ସମ୍ମୁଖରେ ନ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।