ବଢ଼ିଲା LPG ଗ୍ୟାସ ଦର !

ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଲାଭ ଦେଇ ଆସୁଛନ୍ତି ସରକାର । କିନ୍ତୁ ଏଥର ଏଭଳି ଏକ ଘୋଷଣା କରିଛନ୍ତି ଯାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇ ଦେବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗ୍ୟାସଦର ବୃଦ୍ଧି କରିଛନ୍ତି ସରକାର । ଏବେ ୧୯ କେଜି ବିଶିଷ୍ଠ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୨୫.୨୫ ଟଙ୍କା ବୃଦ୍ଧି ଘଟିଛି । ଫଳରେ ମହଙ୍ଗା ମାଡ଼ରେ ଆହୁରି ଜୁଝି ହେବେ ସାଧାରଣ ଜନତା । ତେବେ କେବଳ ମେଟ୍ରୋ ସହର ପାଇଁ LPG ଗ୍ୟାସ ସିଲିଣ୍ଡର ବୃଦ୍ଧି କରାଯାଇଛି । ଅଏଲ ମାର୍କେଟିଂ କମ୍ପାନି ଗୁଡ଼ିକ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତିତ ରହିଛି ।