ଆଜିଠାରୁ ମାଘ ସପ୍ତମୀ ମେଳା ।

ଆଜିଠୁ ମାଘ ସପ୍ତମୀ ମେଳା । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ ପକାଇବାକୁ ଭକ୍ତଙ୍କ ଭିଡ । ମାଘମେଳାର ତିନି ଆରାଧ୍ୟ ଠାକୁର ତ୍ରିବେଣୀଶ୍ବର , ଐଶାନେଶ୍ବର ଓ ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ ସ୍ନାନ କରିଛନ୍ତି। ପରେ ଚନ୍ଦ୍ର ତୀର୍ଥ ପୁଷ୍କରଣୀରେ ବୁଡ ପକାଉଛନ୍ତି ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।
ବିଶ୍ବାସ ରହିଛି,ଏହି ତିଥିରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ସେପଟେ ଆଜିଠାରୁ ଆରମ୍ଭ ମାଘ ସପ୍ତମୀ । ଖଣ୍ଡଗିରିରେ ଶତାଧିକ ସାଧୁସନ୍ଥଙ୍କ ଭିଡ଼ ।

Comments (0)
Add Comment